Pop puri

Pop puri Puri, the Final Destination

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀ...
16/12/2023

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢିବା ପରେ ପହିଲି ଭୋଗ ଲାଗି କରାଯାଏ ।

ଦେବ ଦୀପାବଳୀମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ...
12/12/2023

ଦେବ ଦୀପାବଳୀ

ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ । ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ । ତିନିଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ ।

ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଛି । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।

ଚାପେ ତୁ ମଧୁସୂଦନ
27/04/2023

ଚାପେ ତୁ ମଧୁସୂଦନ

19/08/2022
Flood @ PuriEvacuation Started
19/08/2022

Flood @ Puri

Evacuation Started

Azadi ka Amrit MahotsavJai Hind
14/08/2022

Azadi ka Amrit Mahotsav

Jai Hind

@ Puri, Dates Back
10/08/2022

@ Puri, Dates Back

ଅଗ୍ନିପଥ :୧. ୧୭ ବର୍ଷ ବୟସରେ ପଥ ଭ୍ରଷ୍ଟ ହେବାର ଯଥେଷ୍ଟ ସୁଯୋଗ ଓ କାରଣ ଥାଏ । ଆର୍ଥିକ ଦୂରାବସ୍ଥା ହେତୁ କୁସଙ୍ଗରେ ପଡ଼ି ଭୁଲ ରାସ୍ତାକୁ ଯିବ...
16/06/2022

ଅଗ୍ନିପଥ :

୧. ୧୭ ବର୍ଷ ବୟସରେ ପଥ ଭ୍ରଷ୍ଟ ହେବାର ଯଥେଷ୍ଟ ସୁଯୋଗ ଓ କାରଣ ଥାଏ । ଆର୍ଥିକ ଦୂରାବସ୍ଥା ହେତୁ କୁସଙ୍ଗରେ ପଡ଼ି ଭୁଲ ରାସ୍ତାକୁ ଯିବାର ମୌକା ଥାଏ। ଏ ସମୟରେ ଯଦି ଆର୍ମିରେ ଯୋଗ ଦେବେ, ତେବେ ମଦ ପିଇ ଠେକାଦାର ଓ କୁଜି ନେତାଙ୍କ ପଛରେ ବୁଲିବ କିଏ ? ନେତାଙ୍କ ଶୋଭାଯାତ୍ରାରେ ପତାକା ଧରିବ କିଏ ?

୨. ୨୨ବର୍ଷ ବୟସରେ ଚାକିରୀରୁ ବିରତି ନେବା ବେଳେ ହାତରେ ଥିବ ୧୨ ଲକ୍ଷ ଟଙ୍କା ଓ ନିଜ ସାଧ୍ୟ ମୁତାବକ ଯୋଗ୍ୟତା ପତ୍ର। ଏମାନଙ୍କ ସଂଖ୍ୟା ବଢ଼ି ଗଲେ ୫୦୦ ଟଙ୍କା ନେଇ ଭୋଟ ଦେବ କିଏ ? ଏଥିରେ ଅସୁବିଧା କାହାକୁ ?

୩. ପ୍ରତି ଚାରି ବର୍ଷରେ ଶତକଡ଼ା ୭୫ ଭାଗ ଲୋକ ବିରତି ନେବେ । ତାଙ୍କ ଜାଗାରେ ନୂଆ ଲୋକ ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ୭୫ ଭାଗ ବିରତି ନେବେ । ବିରତି ନେଉଥିବା ଲୋକେ ପୁଣି ବିଭିନ୍ନ ଚାକିରି କରିବେ, ସାଧାରଣ ଲୋକଙ୍କ ସହ ଜୀବନ ବଞ୍ଚିବେ । Once a soldier, always a soldier ! ଏ ପ୍ରକାର ଲୋକଙ୍କ ସଂଖ୍ୟା ବହୁତ୍ ବଢ଼ିଗଲେ ଅସୁବିଧା କାହାକୁ ?( କିଛି ଲୋକଙ୍କ ଯୁକ୍ତି ଚାକିରୀ କରିବା ବୟସରେ ଏମାନେ ଅବସର ନେବେ । ସେଇଠୁ ଅସୁବିଧା କେଉଁଠି ? ଚାକିରୀ ସାଙ୍ଗକୁ ପାଠ ପଢା। ଦକ୍ଷତା ବି ଥିବ ଆଉ ଅଭିଜ୍ଞତା ବି । କିଛି ଘରୋଇ ଉଦ୍ୟୋଗ ଚାକିରୀରେ ଏମାନଙ୍କୁ ଅଗ୍ରାଧିକାର ଦେବାକୁ ଏବେଠୁ ଅଣ୍ଟା ଭିଡ଼ିଲେଣି ।)

୪. ଚୀନ, ପାକିସ୍ତାନ ପରି ବିଦେଶୀ ଶକ୍ତି ସହ ଯୁଦ୍ଧ ବେଳେ ଏତେ ଗୁଡ଼ାଏ ତାଲିମପ୍ରାପ୍ତ ଜନସମ୍ବଳ ଆମ ପାଖରେ ଥିଲେ ଅସୁବିଧା କାହାକୁ ହେବ ?

୫. ଗୃହ ଯୁଦ୍ଧ ବା ଦଙ୍ଗା ବେଳେ ଏତେ ଗୁଡ଼ାଏ ତାଲିମପ୍ରାପ୍ତ, ଦେଶ ପାଇଁ ସମର୍ପିତ ଏକ୍ସ-ଆର୍ମି ଯଦି ଦେଶ ଭିତରେ ଉପସ୍ଥିତ ରହିବେ, ତେବେ ଅସୁବିଧା କାହାକୁ ହେବ ?

୬. ଯେଉଁ ୨୫ ଭାଗ, ଆର୍ମିରେ ଯୋଗ ଦେବେ ସେମାନେ ଅନୂପାତିକ ଭାବେ ଅଧିକ ଉଦ୍ଦାମ ଓ ଦକ୍ଷ ରହିବେ । ଏଥିରେ ଅସୁବିଧା କାହାକୁ ହେବ ?

୭. ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି, ସେ ଅଞ୍ଚଳରେ ଏକ୍ସ-ଆର୍ମି ସଂଖ୍ୟା ବଢିଗଲେ ମୁଷ୍ଟିମେୟଙ୍କ ଗୁଣ୍ଡାଗିରି ବଢିବ ନା କମିବ ? କମିଲେ ଅସୁବିଧା କାହାକୁ ହେବ ?

୮. ଏ ଜନ ବହୁଳ ଦେଶରେ ସବୁଠୁ ଅଧିକ କେଉଁ ଲୋକେ ଆର୍ମି ତାଲିମ ପାଇବେ ? ସେଥିରେ ବିପଦ କାହାକୁ ?

୯. ସବୁ ରାଜ୍ୟର ପୋଲିସରେ ଯଦି ଏମାନଙ୍କୁ ଅଗ୍ରାଧିକାର ମିଳେ ? ଆସାମ ରାଇଫଲ୍ , CAPF ପରି ଜାଗାରେ ଅଗ୍ରାଧିକାର ମିଳିଲେ ?

୧୦. ଦେଶଭକ୍ତଙ୍କ ସଂଖ୍ୟା ବଢ଼ିଲେ ଅସୁବିଧା କାହାକୁ ହେବ ?

Jai Hind

16/06/2022
ଶ୍ରୀଜୀଉଙ୍କ ଅଣସର ଓ ପଟ୍ଟିଦିଅଁ ପୂଜା :ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ...
15/06/2022

ଶ୍ରୀଜୀଉଙ୍କ ଅଣସର ଓ ପଟ୍ଟିଦିଅଁ ପୂଜା :

ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି ।

ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।

ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି ।

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏ...
14/06/2022

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦ...
14/06/2022

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ଶୁଭ ବିବାହ ମହାପ୍ରଭୁ
11/06/2022

ଶୁଭ ବିବାହ ମହାପ୍ରଭୁ

DOSTARLiMAB
08/06/2022

DOSTARLiMAB

Barabati Is Waiting For You
08/06/2022

Barabati Is Waiting For You

Chandana Charchita Neelakalebara Peetabasana Banamali
10/05/2022

Chandana Charchita Neelakalebara Peetabasana Banamali

Address

Puri
Puri
752002

Telephone

+918270412750

Website

Alerts

Be the first to know and let us send you an email when Pop puri posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category